ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାଜନୀତି ର ଜଣେ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ସାହୁ , ସ୍ନେହରେ ଲୋକ ମାନେ କୁହନ୍ତି ମାନ ନା । ସେ ଆଜି ଏ ଦୁନିଆରେ ନାହାନ୍ତି । ଦୀର୍ଘ ତିନି ବର୍ଷ ହେବ ତାଙ୍କର ମୃତ୍ୟୁ ହୋଇ ସାରିଲାଣି କିନ୍ତୁ ଆଜି ବି ଜନସାଧାରଣ ତାଙ୍କୁ ଭୁଲି ନାହାଁନ୍ତି । ଦୀର୍ଘ ୩୫ ବର୍ଷ ହେବ ସେ ରାଜନୀତିରେ ସକ୍ରିୟ ଥିଲେ । କେବେ ହେଲେ ପଛକୁ ଚାହିଁ ଦେଖି ନାହାଁନ୍ତି । ଦଳମତ ନିର୍ବିଶେଷରେ ସେ କାହାକୁ କେବେ କିଛି ମନା କରନ୍ତି ନାହିଁ । ତାଙ୍କର ବିୟୋଗ ନୟାଗଡ଼ ସହରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ବାପାଙ୍କର ଅଧୁରା ସ୍ୱପ୍ନ କୁ ପୁରଣ କରିବା ଆଶା ରଖି ତାଙ୍କର ସାନପୁଅ ରାଜ କୁମାର ସାହୁ ୨୦୨୨ ପୈାର ନିର୍ବାଚନ ରେ ବିଜେଡି ପକ୍ଷରୁ ୬ ନମ୍ବର ଓ୍ୱାର୍ଡ ର ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ବାପା ଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ରାଜନୀତି କୁ ଓହ୍ଲାଇ ଥିବା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସହିତ ଲୋକଙ୍କ ସାଥିରେ ରହି କାର୍ଯ୍ୟ କରିବା ଏବଂ ୱାର୍ଡ ର ଯେକୋୖଣସି ସମସ୍ୟା ଅଛି ସେ ସବୁକୁ ପୁରଣ କରିବା ପାଇଁ ସମ୍ପୁର୍ଣ୍ଣ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ୬ ନମ୍ବର ଓ୍ୱାର୍ଡ ର ବିଜୁ ଜନତା ଦଳର ବିଜୟୀ ପ୍ରାର୍ଥୀ ରାଜ କୁମାର ସାହୁ ।