ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିନକୁ ଦିନ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଦବଙ୍ଗଦିରି ବଢ଼ିବାରେ ଲାଗିଛି || ସୂଚନା ଥାଉକି ନୟାଗଡ଼ ଜିଲ୍ଲା ଓଡଗାଁ ବିଦ୍ୟୁତ ସେକ୍ସନ ଅଧିନସ୍ଥ ବାହାଡାଝୋଲା ଗ୍ରାମର ପବିତ୍ର କୁମାର ମହାରଣା , ପିତା √ ଅଭିମନ୍ୟୁ ମହାରଣା ଙ୍କୁ ଗୋଟିଏ ସୋଭାଗ୍ୟ ବିଦ୍ୟୁତ କନେକ୍ସନ ଦିଆ ଯାଇଥିବା ବେଳେ ବିଗତ ଦିନରେ ପ୍ରାକୃତିକ ବିପର୍ଯୟ ଯୋଗୁଁ ତାଙ୍କର ଘର ଭାଙ୍ଗି ଯାଇଥିଲା , ଯାହା ଫଳରେ ନିଜେ ନିଜର ବିଦ୍ୟୁତ କନେକ୍ସନ କୁ ବାହାର କରି ଘରେ ରଖିବା ସହ ପ୍ରତ୍ୟେକ ମାସରେ ମିନିଅମ ଚାର୍ଜ ମଧ୍ୟ୍ୟ ଦେଉଥିଲେ || ଏବେ ଘର ତିଆରି କଲା ପରେ ଯେତେବେଳେ ବିଦ୍ୟୁତ ପୁଣି କନେକ୍ସନ ଟାଣିଲେ ବିଦ୍ୟୁତ କର୍ମଚାରୀ ଓ ଜେଇ ଙ୍କର ଜୁଲୁମ ଆରମ୍ଭ ହୋଇଗଲା || ହଠାତ ଆସିଲେ , ଅଭଦ୍ର ଭାଷାରେ ଗାଳିଗୁଲଜ କଲେ ଏବଂ କରେଣ୍ଟ କାଟିଦେଲେ . ସେହିପରି ଅନ୍ୟ ଏକ ଘଟଣାକ୍ରମରେ ଭାଟସାହି ଗ୍ରାମରେ ବିଦ୍ୟୁତ କର୍ମଚାରୀ ଙ୍କ ମନାମାନୀ ଦେଖିବାକୁ ମିଳିଥିଲା . ବିଦ୍ୟୁତ କର୍ମଚାରୀ ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ କହିଥିଲେ କି ‘ ଅପନା ଗଲି ମେ କୁତା ବି ସେର ହେ . ଏହି ଘଟଣା କୁ କେନ୍ଦ୍ର କରି ଭାଟସାହି ଗ୍ରାମର କିଛି ଯୁବକ ମଧ୍ୟ୍ୟ ବିଦ୍ୟତ କର୍ମଚାରୀ ଙ୍କୁ ଉତ୍ତମମାଧ୍ୟମ ଦେଇ ସେମାନଙ୍କର ପରିଚୟ ପଚାରିଥିଲେ . ସେମାନଙ୍କର ପରିଚୟ ପତ୍ର ମାଗିଥିଲେ ! ଯାହା ଫଳରେ ବିଦ୍ୟୁତ କର୍ମଚାରୀ ମାନେ ନିଜର ପରିଚୟ ପତ୍ର ଦେଖାଇ ପାରିନଥିଲେ . କିଛି ସମୟ ସମସ୍ତ ବିଦ୍ୟତ କର୍ମଚାରୀ ଙ୍କୁ ଅଟକାଇ ରଖିଥିଲେ ଗ୍ରାମବାସୀ || କିଛି ସମୟ ପରେ ସମସ୍ତ କର୍ମଚାରୀ ଭୁଲ ମାଗିବାରୁ ସେଠାରୁ ସେମାନଙ୍କୁ ଛାଡିଥିଲେ || ବିଦ୍ୟୁତ କର୍ମଚାରୀ ଙ୍କ ଏଭଳି କାର୍ଯ୍ୟ କୁ ଦେଖିଲେ ସରକାର ଙ୍କ 5t ଯୋଜନା କଣ କରୁଛି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ || ଏହି ବିଦ୍ୟୁତ କର୍ମଚାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି || ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆଗକୁ ଜନସାଧାରଣ ଜେସାକୁ ତେସା ନୀତିରେ କାର୍ଯ୍ୟ କରିବେ ବୋଲି ଚେତାବନୀ ଦେଇଛନ୍ତି ଏବଂ ଆଗାମୀ ଦିନରେ ଯାହା ଘଟଣା ଘଟିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ||