ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଗ୍ରାମରେ ଘଟି ଯାଇଛି ଆଉ ଏକ ଅଭାବନୀୟ ଘଟଣା , ଶାଳିଆ ନଦୀ ବାଉଁଶବୁଦା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲୁଥିବାର ଆଜି ସଂନ୍ଧ୍ୟାରେ ଦେଖିବାକୁ ମିଳିଛି । ମୃତକଙ୍କ ଜଣଙ୍କ ହେଲେ ସେହି ଗ୍ରାମର ସୂର୍ଯ୍ୟ ମିଶ୍ର (୫୦) ତାଙ୍କ ପାଖରୁ ଗୋଟେ ସୁଇସାଇଡ ନୋଟ ମିଳିଥିବାର ସୂଚନା ମିଳିଛି । ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି । ସୂଚନା ଥାଉକି ଗତ ତିନି ଦିନ ତଳେ ସତସଙ୍ଗ ବିହାର କେନାଲ ରୋଡରେ ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ବେଳେ ଏଯାବତ ତାଙ୍କ ପରିଚୟ ମିଳି ପାରିନାହିଁ । ତେବେ କ୍ରମାଗତ ଭାବେ ଏପରି ମୃତ୍ୟୁ ଘଟଣା ଦେଖି ବାଣପୁର ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ତିନି ଦିନ ମଧ୍ୟରେ ଦ୍ଵିତୀୟ ଘଟଣା : ବାଣପୁରରେ ମିଳିଲା ଆଉ ଏକ ମୃତଦେହ !!!

