ଓଡ଼ିଶା ଜୀବିକା ମିଶନ ଓ ୟୁନିସେଫର ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କିଶୋରବସ୍ଥା ରେ ଅଧିକ ଯତ୍ନର ଆବଶ୍ୟକତା ରହିଛି । ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବ ରୁ କିଶୋରୀ ମାନେ ସ୍ୱାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି । ଅନେକ ସମୟରେ ସେମାନେ ଅପରାଧ ର ଶୀକାର ହୋଇଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ ବିବାହ ଭଳି କୁସଂସ୍କାର ରେ ଫସି ଯାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ଅନୁଗୁଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ , ଓଡ଼ିଶା ଜୀବିକା ମିଶନ ଓ ୟୁନିସେଫର ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିଶୋରୀ ମାନେ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟିଥିବା ବେଳେ ସଂଘ ସ୍ତରରେ ସେମାନଙ୍କ ମଧ୍ୟରେ ନାଚ ଗୀତ, ଖେଳ କୁଦ ଓ ରଙ୍ଗୋଲି କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚନ୍ଦନ କୁମାର ସାହୁ , ସମ୍ମାନୀତ ଅତିଥି ଭାବେ ବିଏଲସି ଅକ୍ଷୟ କୁମାର ନାଏକ, ସଂଘର ସଭାନେତ୍ରୀ ସରସ୍ବତୀ ସାହୁ, ସମ୍ପାଦିକା ତପସ୍ୱିନୀ ରାଉଳ, କୋଷାଧ୍ୟକ୍ଷ ଗୋଲାପ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏମବିକେ ବବିତା ସାହୁ । ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ୍ରୀ ମିଶ୍ର, ରୁନୁବାଳା ସାହୁ, ଆରତୀ ସାହୁ, ଲିପି ସାହୁ, ପ୍ରଣତୀ ସାହୁ, ରୋଜାଲିନ ସାହୁ, ଅନିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *