ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସାମଲ ବ୍ଲକ ପବିତ୍ର ନଗର ପରାବିଲ ଠାରେ ପବିତ୍ର ମୋହନ ଚଷା ଭବନ ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି . କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ତାଳଚେର ବ୍ରଜ କିଶୋର ପ୍ରଧାନ ଯୋଗଦେଇ ଚଷା ଭାବନା ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ . କାର୍ଯ୍ୟକ୍ରମ ଅବସରରେ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ତାଳଚେରର କେନ୍ଦ୍ରୀୟ ଚଷା ସମାଜ ସଭାପତି ମୁକୁନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ମଞ୍ଜରୀ ପ୍ରଧାନ , ଯୁବ ସମାଜସେବୀ ସାହୁ ଉପସ୍ଥିତ ରହିଥିଲେ .