କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁଚା ଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ଧରଣୀ ଦାସ ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଦୀର୍ଘ ଦିନ ରୁ ବେଆଇନ ଭାବେ କରୁଛନ୍ତି ସୁନା ଗହଣା ବନ୍ଧକ ବେପାର । ଗ୍ରାମର ଜଣେ ୭୫ବର୍ଷୀୟ ବୃଦ୍ଧା ମିଥିଲା ଭୋଇଙ୍କ ଠାରୁ ସୁନା ବନ୍ଧକ ବାବଦକୁ ୪ହଜାର ଟଙ୍କା ଦେଇ କରୁଛନ୍ତି ୭ହଜାର ଟଙ୍କା ର ହିସାବ । ବୃଦ୍ଧା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ଜୟପାଟଣା ଥାନାରେ । ସରପଞ୍ଚ ଙ୍କ ସ୍ୱାମୀ ବୋଲି ପଞ୍ଚାୟତ ଇଲାକାରେ ତିଳ କୁ ତାଳ କରି ରାଜ ଚଳାଇଥିବା ଧରଣୀଙ୍କ ଏବେ ଗୁମର ଫିଟିଛି , କିପରି ଭାବରେ ନିରୀହ ଲୋକଙ୍କୁ କରୁଛନ୍ତି ନାକେଦମ । ଗରିବ ଲୋକଙ୍କୁ ସେମାନଙ୍କ ଅଭାବ ର ଫାଇଦା ଉଠାଇ ଶେଷରେ ଶୋଷଣ କରୁଛନ୍ତି . ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ଏବେ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ତଦନ୍ତରେ ଆଗକୁ କଣ ହେବ ଆଉ ଏଭଳି ବାହୁବଳୀ ସରପଞ୍ଚ ଙ୍କ ପ୍ରତି ଙ୍କୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା .