ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ତତ ସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥିବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି । ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀ ସରିତା ମହାକୁଡ଼ ଯୋଗ ଦେଇଥିବା ବେଳେ କିଆଗୋରଡା , ପଙ୍କାଳ , ମହତପଲା ଏବଂ ଗୋପୀନାଥପୁର ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ବାଣପୁର ରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

