ସେଞ୍ଚୁରିଆୟାନ କୃଷି ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଜୈବିକ କୀଟନାଶକ କୁ ନେଇ ସଚେତନତା ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଆୟାନ କୃଷି ବିଶ୍ଵ ବିଦ୍ୟାଳୟର ୪ ର୍ଥ ବର୍ଷର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜୈବିକ କୀଟନାଶକ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗ୍ରାମର କୃଷକ ମାନଙ୍କୁ ଗ୍ରାମୀଣ କୃଷି ଅଭିଜ୍ଞତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ “ଜୀବ ଅମୃତ” ନାମକ ଏହି ଜୈବିକ କୀଟନାଶକ ବ୍ୟବହାର ସମ୍ବନ୍ଧୀୟ ସଚେତନତା ପ୍ରଦର୍ଶନ କରା ଯାଇଥିଲା । ଏହି କୀଟନାଶକ ୧୦ କେଜି ଗୋବର , ୧୦ ଲିଟର ଗୋମୁତ୍ର , ୨ କେଜି ଗୁଡ ସହ କିଛକାଂଶରେ ସ୍ଥାନୀୟ ମୃତ୍ତିକା କୁ ମିଶାଇ ତିନି ଦିନ ରଖିବା ସହ ଉଷୁମ କରିବା ପରେ ସଠିକ ପ୍ରଣାଳୀ ରେ ବ୍ୟବହାର କଲେ ଗଛ ତଳେ ଥିବା ମାଟି ଉର୍ବର ହେବା ସହ ଗଛ ଶୀଘ୍ର ବଢ଼ିଥାଏ ବୋଲି ଛାତ୍ରୀ ମାନେ ଗ୍ରାମ ର କୃଷକ ମାନଙ୍କୁ ବୁଝାଇବା ସହ ଜୈବିକ ପ୍ରଣାଳୀର ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଭାଲା ସିରିଶା, ଜାନୀ ବୈସଲଖୀ, ପ୍ରବୀଣା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *