ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନଲାଇନ ପ୍ରତିଯୋଗିତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ କରୋନା ପ୍ରଭାବରେ ଦୀର୍ଘ ଦୁଇଟି ଶିକ୍ଷାବର୍ଷ ଶିକ୍ଷାନୁଷ୍ଠାନ ସବୁରେ ଝୁଲି ରହିଲା ତାଲା . ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ହେତୁ ସରକାରଙ୍କ ତରଫରୁ ୟୁଟ୍ୟୁବ୍ କ୍ଲାସ୍ ଜରିଆରେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ହ୍ୱ।ଟସଆପ୍ ମାଧ୍ୟମରେ ପାଠ ପଢାଯାଉଛି । କିନ୍ତୁ ଏ କ୍ଷେତ୍ରରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉନ୍ନୀତ ଉ.ପ୍ରା.ବିଦ୍ୟାଳୟ ଦଣ୍ଡୋରର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି । ଶନିବାର ଓ ରବିବାର ୟୁଟ୍ୟୁବ୍ କ୍ଲାସ୍ ବନ୍ଦ ରହୁଥିବା ବେଳେ ଏହି ଦୁଇ ଦିନ ବିଦ୍ୟାଳୟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ପାଠ ପଢାଯାଉଛି । କେବଳ ସେତିକି ନୁହେଁ, ଗତ ସ୍ୱାଧିନତା ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଭାବେ ତିନୋଟି ବିଭାଗରେ ଚିତ୍ରାଙ୍କନ, ଏକକ ନୄତ୍ୟ, ବକ୍ତୄତା ଓ କଣ୍ଠସଂଗୀତ ପ୍ରତିଯୋଗିତା ଅନଲାଇନ୍ ମାଧ୍ୟମରେ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ତମନ୍ନା ପଟ୍ଟନାୟକ, ସାଇ ସିଦ୍ଧି ଦାସ, ଦିବ୍ୟାଭାରତୀ ଗୌଡ଼, ସନ୍ଧ୍ୟାରାଣୀ ବିଶ୍ୱାଳ,ସାଇ ସୁଦେଷ୍ଣା, ଶୁଭପ୍ରିୟା ଦାସ, ଓମ୍ ସାଇ ଶ୍ରୀରାମ, ପ୍ରଜ୍ଞାନ ବେହେରା, ବାଦଲ ପ୍ରଧାନ, ବିସ୍ମୟ ପଣ୍ଡା, ବିଶ୍ୱଭାରତୀ ଗୌଡ଼, ସମ୍ୟକ ପଣ୍ଡା, ପ୍ରତୀକ୍ଷା ପ୍ରିୟଦର୍ଶିନୀ, ମଧୁସ୍ମିତା ବେହେରା ପ୍ରମୁଖ କୄତକାର୍ଯ୍ୟ ହୋଇଥିଲେ । ସମସ୍ତ କୄତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ, ଟ୍ରଫି, ଖାତା ଓ ପେନ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ମଧ୍ୟ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଲୋଟସ୍ , ଶିକ୍ଷକ ପବିତ୍ର ମୋହନ ସାହୁ,ଏନ୍.ରାଧାସ୍ୱାମୀ, ଶିକ୍ଷୟିତ୍ରୀ ଜାନକୀ ପଣ୍ଡା, ସୁନିତା ସେଠୀ, ଝିଲିବାଳା ଦାସ, ସୁଶାନ୍ତି ପଣ୍ଡା ଉକ୍ତ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉ କି ଏହି ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାହିତ୍ୟିକା ବହିର ରୋଗୀସେବା ଗଦ୍ୟଟି ଓଡ଼ିଶା ସରକାରଙ୍କ ଦୀକ୍ଷା ଆପରେ ସ୍ଥାନ ପାଇଛି । ବିଦ୍ୟାଳୟର ଏ ଅଭିନବ କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭ୍ୟସଭ୍ୟା, ଅଭିଭାବକ, ସି.ଆର୍.ସି.ସି.ସନ୍ତୋଷ କୁମାର ସାହୁ, ବିଇଓ ଗୀତାଞ୍ଜଳି ସାହୁ ତଥା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *