ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ଉପରେ ଆଲୋଚନା ଚକ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ ୪୨ ମୌଜା ସୁଦର୍ଶନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡକ୍ରସ ଆନୁକୂଲ୍ୟରେ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ବିଶ୍ଵ ଜଳ ଦିବସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏନଏସ ପ୍ରୋଗ୍ରାମ ଅଫିସର ବିଚିତ୍ରାନନ୍ଦ ପତି, ମଙ୍ଗଳାଚରଣ ପାଠ ସହ ଅତିଥି ମାନଙ୍କର ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଡକ୍ଟର କଲିମୁଲ୍ଲା, ସମ୍ମାନୀତ ଅତିଥି ଭାବେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ଡକ୍ଟର ବିଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଉକ୍ତ ସଭାରେ ଅଧ୍ୟାପକ ଡ଼. ରାଜେନ୍ଦ୍ର କୁମାର ପତି, ଅଧ୍ୟାପିକା ଲିଲି ଦାସ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ୟୁଥ୍ ରେଡକ୍ରସ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *