କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆଜି ଓଡିଶା ଦିବସ ଅବସରରେ କଟକ ଜିଲ୍ଲା କ୍ରୀଡା ସଂସଦ , ବାରବାଟୀ ଷ୍ଟାଡିଅମ , କଟକ ତରଫରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିଅମର କ୍ଲବ ହାଉସ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ସହରର ନବ ନିର୍ବାଚିତ କର୍ପୋରେଟର ଓ ମେୟରଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ କର୍ପୋରେଟର ଓ ମେୟର ଙ୍କୁ ସମ୍ମାନୀତ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ କଟକ ଜିଲ୍ଲା ବିଜେଡି ଦଳର ଦେବାଶିଷ ସାମନ୍ତରାୟ , ରଞ୍ଜନ ବିଶ୍ୱାଳ , ପ୍ରଫୁଲ୍ଲ ସିଂ ଙ୍କ ଭଳି ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।
କଟକ ଜିଲ୍ଲା କ୍ରୀଡା ସଂସଦ ତରଫରୁ ନବ ନିର୍ବାଚିତ କର୍ପୋରେଟର ଓ ମେୟର ସମ୍ମାନୀତ !!!

