ପୂର୍ବତନ ବିଧାୟକ ଅନୁପ ସାଏ ଙ୍କୁ ଆଜୀବନ କାରାଦଣ୍ଡାଦେଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବ୍ରଜରାଜନଗର ର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏନେଇ ଆଜି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି । ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍‍ଲି ହତ୍ୟା ଘଟଣାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି । ଅନ୍ୟତମ ଅଭିଯୁକ୍ତ ଅନୁପ ସାଏଙ୍କ ଗାଡି ଚାଳକ ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ୨୦୧୬ ରେ ଚକ୍ରଧରପୁର ଅଞ୍ଚଳ ରୁ କଳ୍ପନା ଦାସ ଓ ଝିଅ ବବ୍‍ଲିଙ୍କ ମୃତଦେହ ମିଳିଥିଲା । ଉଭୟଙ୍କୁ ହତ୍ୟା ପରେ ଗାଡି ମଡାଇ ଦିଆଯାଇଥିବା ଜଣାପଡିଥିଲା । ଏହି ଘଟଣାରେ ୨୦୨୦ ରେ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *