ଶିଶୁ ଙ୍କ ଶିକ୍ଷା କୁ ପ୍ରାଧାନ୍ୟ ଓ ଦେୟମୁକ୍ତ ଶିକ୍ଷା କେନ୍ଦ୍ରର ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ଦିବସ ଅବସରେ , ଆକ୍ସନଏଡ଼ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁ ମିତ୍ର ପଞ୍ଚାୟତ ନାରୟଣପୁର ଓ ଜିରାଙ୍ଗ ର ଚାରି ଗୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷା କୁ ପ୍ରାଧାନ୍ୟ ଦେଇ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ ହୋଇଅଛି l ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ ନିମନ୍ତେ ନାରାୟଣପୁର ପଞ୍ଚାୟତର ସେବକପୁର ଗ୍ରାମଠାରେ, ରାୟଗଡ ପଞ୍ଚାୟତ ସମିତି ର ଉପାଧ୍ୟାକ୍ଷ ଜ୍ୟୋତି ପ୍ରସାଦ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ . ଗ୍ରାମ ର ଶିକ୍ଷକ , ଗ୍ରାମର ମୁଖିଆ, ଭଦ୍ରବ୍ୟକ୍ତି ଏବଂ ଆଇସିଡିଏସ କର୍ମଚାରୀ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ସେହିଭଳି ଜିରାଙ୍ଗ ଗ୍ରାମରେ, ଜିରାଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ରିସପା ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ . ଏହା ସହ ସ୍ୱାସ୍ଥ୍ୟକର୍ମୀ , ୱାର୍ଡ ମେମ୍ବର , ଆଇସିଡିଏସ କର୍ମଚାରୀ , ଶିକ୍ଷକ ଆଦିଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l ଗ୍ରୀଷ୍ମକାଳରେ ବିଦ୍ୟାଳୟ ବନ୍ଦ ରହିବା ବା ଛୁଟି ରହିବାକୁ ଆଖି ଆଗରେ ରଖି ଶିଶୁ ମାନେ କିପରି ଭାବରେ ନିଜ ଅଞ୍ଚଳରେ ଦେୟମୁକ୍ତ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗ୍ରୀଷ୍ମ ତିନି ମାସ ଶିକ୍ଷାରୁ ବାଦ ନପଡ଼ିବେ ଓ ଶିକ୍ଷା ସହ ଯୋଡି ରହିବାର ଏହି ଅଭିନଵ ପ୍ରୟାସ ଆରମ୍ଭ କରାଯାଇଛି l ଏହି ଶିକ୍ଷା କେନ୍ଦ୍ର ମାଧ୍ୟମରେ ଜିରାଙ୍ଗ ଗ୍ରାମରୁ 25 ଜଣ ଶିଶୁ , ଗାଲଗଣ୍ଡା ଗ୍ରାମରୁ 20 ଶିଶୁ, ସେବକପୁର ଗ୍ରାମରୁ 15 ଜଣ ଶିଶୁ ଓ ଲାଲୁ ସାହି ଗ୍ରାମରୁ 15 ଜଣ ଶିଶୁ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉପକୃତ ହେବେ l ଏହି କାର୍ଯ୍ୟକ୍ରମ ରେ ଆକ୍ସନଏଡ଼ ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର , ବ୍ଲକ ସଂଯୋଜକ ବିଜୟ ପ୍ରାଧନ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *