ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନ ଉତ୍ସବରେ ବରିଷ୍ଠ ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ, ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ଦାସ, କଲ୍ୟାଣୀ ବୈରୀଗଞ୍ଜନ, ରୋଜାଲିନ ଦାସ ପ୍ରମୁଖ ଯୋଗଦେଇ ଆତ୍ମରକ୍ଷା କୌଶଳ ସମ୍ପର୍କରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଶାରୀରିକ କ୍ରୀଡା ଶିକ୍ଷକ ବିଭୂଧେନ୍ଦୁ ମାନସିଂହ ଙ୍କ ତତ୍ୱାବଧାନରେ ଉକ୍ତ ଆତ୍ମରକ୍ଷା କୌଶଳ ଶିବିର ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଉକ୍ତ ପ୍ରଶିକ୍ଷଣ ନିମନ୍ତେ ପ୍ରକାଶିତ ପୁସ୍ତକ ‘ ରିଆକ୍ଟ ’ ଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ପରିଶେଷରେ ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।