ଆଜି ୪୨ ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ଜନତା ପାର୍ଟି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଆଜି ୪୨ ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ଜନତା ପାର୍ଟି । ବିଜେପିର ସମସ୍ତ ଜିଲ୍ଲା ଅଫିସରେ ପ୍ରତିଷ୍ଠା ଦିବସ ବେଶ ଧୁମ୍ ଧାମରେ ପାଳିତ ହୋଇଛି । ଏହି ଅବସରରେ ଅନୁଗୁଳ ରଣିଗୋଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ବରିଷ୍ଠ ବିଜେପି ନେତା ଅଶୋକ ମହାନ୍ତି, ସାଧାରଣ ସମ୍ପାଦକ ସୁଦିପ୍ ଗଡ଼ନାୟକ, ସମ୍ପାଦକ ସୋମନାଥ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଯେଭଳି ରାଜ୍ୟର ସମସ୍ତ ଜନ ସାଧାରଣଙ୍କ ନିକଟରେ ପହଞ୍ଚିବ ସେ ନେଇ ସଂକଳ୍ପ ନେଇଛନ୍ତି ଦଳର ନେତୃବୃନ୍ଦ । କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ଓ ଯୁବବନ୍ଧୁ ମାନେ ଯୋଗ ଦେଇ ରାଷ୍ଟ୍ରହିତରେ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଜ୍ଞା ନେଇଛନ୍ତି ।

Leave a Reply

Your email address will not be published. Required fields are marked *