ବରିଷ୍ଠ ଶିକ୍ଷକ ଧରଣୀଧର ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଯଶପଡା ପଞ୍ଚାୟତ ଅନ୍ତର୍ଗତ କୋସିଦା ଭିକାରି ଚରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଧରଣୀଧର ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଲିହିତା ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ, କମରପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ , ପାଇକସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ତ୍ରିପାଠୀ, ସହକାରୀ ଶିକ୍ଷକ ସୁଶାନ୍ତ ନାଏକ, କେଳି କଦମ୍ବ ହାଇସ୍କୁଲର ଶିକ୍ଷକ ଜଗନ୍ନାଥ ମହାଳି, ଧରିଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୁର୍ଗା ମୁର୍ମୁ, ଭୀମସେନ ରାଉତ, ଭିକାରି ଚରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌଭାଗିନୀ ପାଣିଗ୍ରାହୀ, ରାଣୀ ମାରାଣ୍ଡି, ସ୍ୱର୍ଣଲତା ପରିଜା ପ୍ରମୁଖ ଯୋଗଦେଇ ଶିକ୍ଷକ ବେହେରାଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଓ ଶିକ୍ଷକ ବେହେରାଙ୍କ ସହପାଠୀ କାହ୍ନୁ ଚରଣ ବେହେରା, ସୁବୋଧ ରାୟ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *