ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଯେତେ ସଚେତନ କଲେବି , ସଚେତନ ହେଉ ନାହାନ୍ତି ଲୋକେ । ସୋମବାର ଅନୁଗୁଳ ସରକାରୀ ମେଡିକାଲରେ ଭର୍ତ୍ତୀ ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଦଲାଲ ପନ୍ଦର ଶହ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ସୂଚନା ଯେ, ଆଠମଲ୍ଲିକ ମଇମୁରା ଗାଁ ‘ର ଜ୍ୟୋତ୍ସ୍ନା ବେହେରା ରକ୍ତହୀନତା ଯୋଗୁଁ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତୀ ହୋଇଥିଲେ । ତାଙ୍କ ସମ୍ପର୍କୀୟ ନିରଞ୍ଜନ ପ୍ରଧାନ ରକ୍ତ ଯୋଗାଡ କରିବାକୁ ଯାଇ ଜଣେ ଦଲାଲ ହାବୁଡ଼ରେ ପଡ଼ିଥିଲେ । ଦଲାଲ ଜଣକ ତା’ ନାମ ପ୍ରଶାନ୍ତ ମିର୍ଦ୍ଧା ଓ ସେ ପନ୍ଦର ଶହ ଟଙ୍କା ଦେଲେ ରକ୍ତ ଯୋଗାଡ କରିଦେବ ବୋଲି କହି ଟଙ୍କା ନେବା ପରେ ବ୍ଲଡ଼ ବ୍ୟାଙ୍କରୁ ମାଗଣାରେ ରକ୍ତ କରାଇ ଦେଇଥିଲେ । ମଙ୍ଗଳବାର ଆଉ ଏକ ୟୁନିଟ ରକ୍ତ ଦରକାର ହେବାରୁ ନିରଞ୍ଜନ ବ୍ଲଡ଼ ବ୍ୟାଙ୍କ୍ ଯାଇ ସେଠାରେ ତାଙ୍କୁ ସୋମବାର ମାଗଣା ବ୍ଲଡ଼ ଦିଆଯାଇଛି ତେଣୁ ଅଧିକା ବ୍ଲଡ଼ ପାଇଁ ରକ୍ତଦାତା ଯୋଗାଡ କରିବାକୁ ପଡ଼ିବ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ସେ ଦଲାଲ ଦେଇଥିବା ନମ୍ୱର୍ କୁ ଫୋନ୍ କରିବାରୁ ତାହା ସ୍ଵିଚ ଅଫ ଥିବା ଜଣା ପଡିଥିଲା । ଶେଷରେ ନିରଞ୍ଜନ ଠକାମୀରେ ପଡ଼ିଥିବା ବୁଝି ପାରିଥିଲେ ।
ଯେତେ ସଚେତନ କଲେବି , ସଚେତନ ହେଉ ନାହାନ୍ତି ଲୋକେ !!!

