ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦୀର୍ଘ ଦୁଇ ବର୍ଷ ପରେ ପଣା ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନୟାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ । କୋଭିଡ କଟକଣା ଲାଗି ଦୁଇ ବର୍ଷ ହେବ ମା ‘ ଙ୍କର ପଣା ଯାତ୍ରା ବନ୍ଦ ଥିଲା । ମା ‘ ଙ୍କର ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ସହିତ ମନ୍ଦିର କମିଟି ର ପ୍ରାରମ୍ଭିକ ବୈଠକ ଶେଷ ହୋଇଛି । ପ୍ରଥମ ଦିନରେ ମା ଦକ୍ଷିଣ କାଳୀଙ୍କର ହୋମ କାର୍ଯ୍ୟ ସମାପନ ହେବା ପରେ ସଂଧ୍ୟା ରେ ମା ରାମଚଣ୍ଡୀ, ମା ମଙ୍ଗଳା , ମା ବ୍ରାହ୍ମଣୀ ଦେବୀ ଏବଂ ତରକେଇ ଠାକୁରାଣୀ ଙ୍କୁ ଶୋଭାଯାତ୍ରା ରେ ପଣା ପ୍ରଦାନ ହେବା ପରେ ଭକ୍ତ ମାନଙ୍କୁ ପଣା ସେବନ ପାଇଁ ଦିଆଯିବ । ସଂଧ୍ୟା ଧୂପ ପରେ ଭକ୍ତମାନେ ମା ‘ଙ୍କ ନିକଟରେ ମାନସିକ ରଖିଥିବା ବାଣ ଫୁଟାଯିବ । ସେହିଭଳି ୧୭ ତାରିଖ ରବିବାର ସଂଧ୍ୟାରେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ସେବନ ନିମନ୍ତେ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପାଞ୍ଚ ରାତ୍ରି ଧରି ଦର୍ଶକ ମାନେ ମାଗଣାରେ ଅପେରା ଦେଖିବାର ସୁଯୋଗ ପାଇ ପାରିବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା ଦକ୍ଷିଣ କାଳୀ ଙ୍କ ପଣା ଯାତ୍ରା ଯାକ ଜମକରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ କିଷାନ କୁମାର ଦାସ ସୂଚନା ଦେଇଛନ୍ତି ।