ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସ୍ୱଚ୍ଛତା ଆଡକୁ ପାଦଟିଏ ! ମନ୍ଦିର , ଡାକ୍ତରଖାନା ର ପରିବେଶ କୁ ସଫା କରିବା ପାଇଁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ତରଫରୁ ସ୍ୱଚ୍ଛତା ଅଭିଯାନ ! ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅନୁମୋଦନ କ୍ରମେ ରୋଟାରୀ ର ପଚାଶ ରୁ ଅଧିକ ସ୍ବେଛାସେବୀ ମନ୍ଦିର ପରିସର ଏବଂ ବାହାର ସଫେଇ କରିଥିଲେ ! ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର , ପୂର୍ବତନ ପ୍ରାନ୍ତପାଳ ଶିବବ୍ରତ ଦାସ , ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ର ପୂର୍ବତନ ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ ଙ୍କ ଉପସ୍ଥିତିରେ ଏହି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା ! ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ଙ୍କ ଉପସ୍ଥିତିରେ ଗତ 27 ତାରିଖ ଦିନ ଶ୍ରୀରାମ ମନ୍ଦିର ପରିସର ଏବଂ ବାହାର ସଫେଇ ହୋଇଥିଲା ! ଲିଙ୍ଗରାଜ ମନ୍ଦିର ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିବା ସମୟରେ ଆଗାମୀ ଦିନରେ ଅନୁଷ୍ଠାନ ତରଫରୁ କ୍ୟାପିଟାଲ ହାସପାତାଲ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି !
ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ତରଫରୁ ସ୍ୱଚ୍ଛତା ଅଭିଯାନ !!!

