ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ ର ୨ ଦିନିଆ ରାଜ୍ୟ ସମ୍ମିଳନୀ ଉଦ୍‍ଯାପିତ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପୁରୀ ସହର ସ୍ଥିତ ଶରଧା ମଣ୍ଡପ ଠାରେ ଅନୁଷ୍ଠିତ ଅଲ ଓଡିଶା ଇପିଏଫ୍ ପେନ୍ସନର୍ସ ଆସୋସିଏସନ ର ୨ଦିନିଆ ରାଜ୍ୟ ସମ୍ମିଳନୀ ମଙ୍ଗଳବାର ଅପରାହ୍ନରେ ଉଦ୍‍ଯାପିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ଇପିଏଫ୍ ପେନସନରସ୍ ମହାସଂଘର କାର୍ଯ୍ୟକାରୀ ସଭାପତି ଭୀମ ରାଓ ଡୋଙ୍ଗରେ, ମୁଖ୍ୟ ବକ୍ତା ଭାବେ ଉପସଭାପତି ପୁଣ୍ଡୁଲିନ୍ ପାଣ୍ଡେ ଓ ସମ୍ମାନୀୟ ଅତିଥି ଭାବେ କର୍ମଚାରୀ ଭବିଷ୍ୟନିଧି ସଂଗଠନର ସହକାରୀ କମିଶନର ସଞ୍ଜୟ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଆସୋସିଏସନ୍ ତରଫରୁ ପ୍ରକାଶିତ ସ୍ମରଣିକା “ବରେଣ୍ୟ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ସମ୍ମିଳନୀର ୨ୟ ଦିନରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ପୁର୍ବତନ ସାଂସଦ ତଥା ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ଗୃହନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ଦେଶର ୭୦ ଲକ୍ଷ ଇପିଏଫ୍ ପେନସନ୍ ଭୋଗୀ ଙ୍କର ଦାବୀ ଯଥାର୍ଥ ଯଥା ସର୍ବନିମ୍ନ ମାସିକ ପେନସନ୍ ୯୦୦୦ ଟଙ୍କା ସହ ମହଙ୍ଗା ଭତ୍ତା ଓ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ୍ ଦେବା ଏବଂ ଓଡିଶାର ସମସ୍ତ ଇପିଏଫ୍ ପେନସନ ଭୋଗୀ ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ପ୍ରମୁଖ ଦାବୀ ପ୍ରତି ସମର୍ଥନ ଜଣାଇବା ସହ ସମସ୍ତ ପେନସନ ଭୋଗୀ ମାନେ ଏକଜୁଟ ହୋଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ । ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୩୦୦ ରୁ ଉର୍ଦ୍ଧ ପ୍ରତିନିଧି ଏହି ସମ୍ମିଳନୀରେ ୨ ଦିନ ଧରି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ରଞ୍ଜନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୨ୟ ଦିନର ଅଧିବେଶନରେ ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ କୄଷ୍ଣଚନ୍ଦ୍ର ସାହୁ ଆୟବ୍ୟୟ ର ହିସାବ ଉପସ୍ଥାପନ କରିଥିଲେ । ଉଠା ଜଳସେଚନ ନିଗମ ଫେଡେରେସନର ରାଜ୍ୟ ସମ୍ପାଦକ ଗୌରାଙ୍ଗ ପାଣିଗ୍ରହୀ ତାଙ୍କ ବକ୍ତବ୍ୟରେ ଦାବୀ ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ଲାଗି ଆହ୍ୱାନ ଦେଇଥିଲେ । ଉପଦେଷ୍ଟା ବିଜୟ କୁମାର ଜେନା, ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ସମ୍ମିଳନୀରେ ଉଦବୋଧନ ଦେଇଥିଲେ । ଦରଦାମ ବୃଦ୍ଧି ଓ ଯୁଦ୍ଧ ବିରୋଧରେ ୨ଟି ପ୍ରସ୍ତାବ ଗୃହିତ ହେବା ସହ ପେନସନ ବୃଦ୍ଧି ସମେତ ଆସୋସିଏସନକୁ ରାଜ୍ୟ ତଥା ଦେଶରେ ଦୃଢ କରିବା ଇତ୍ୟାଦି ୧୦ ଗୋଟି ପ୍ରସ୍ତାବ ଗୃହିତ ହୋଇଥିଲା । ଆଗାମି ୨ ବର୍ଷ ଲାଗି ସର୍ବ ସମ୍ମତି କ୍ରମେ ୭୧ ଜଣିଆ ରାଜ୍ୟ କମିଟି ଗଠନ କରାଯାଇଛି । ବିଜୟ କୁମାର ଜେନା ସଭାପତି, ଭାଗ୍ୟଧର ବ୍ରହ୍ମା ସଧାରଣ ସମ୍ପାଦକ ଓ କୄଷ୍ଣଚନ୍ଦ୍ର ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ଦୁଇ ଦିନିଆ ସମ୍ମିଳନୀକୁ ପରିଚାଳନା କରିବାରେ କଣ୍ଡୁରି ଚରଣ ସୁବୁଦ୍ଧି, ବିକ୍ରମ ଛୋଟରାଏ, ପ୍ରଫୁଲ୍ଲ କୁମାର ଦାସ, ସଚିଦ୍ଦାନନ୍ଦ ସାମନ୍ତରାୟ, ମାୟାଧର ମଲ୍ଲିକ, ସରୋଜ ମଲ୍ଲିକ, ରମେଶ ଚନ୍ଦ୍ର ଘଡେଇ ଓ ପୁରୀ ଜିଲ୍ଲା କମିଟିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପୁରୀ ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *