ପାରଳାଖେମୁଣ୍ଡି ପୌର ପରିଷଦରେ ଉପାଧ୍ୟକ୍ଷ ନିର୍ବାଚିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାଚନ ରେ ଉପାଧ୍ୟକ୍ଷ ଭାବେ ୱାର୍ଡ ନଂ – ୧୩ ର କାଉନ୍ସିଲର ଶ୍ରୀ ଲେଙ୍କା ମାଧୁ ଙ୍କୁ ମନୋନୀତ କରାଯାଇଛି . ସର୍ବସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା କଥା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟାରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍ ଗ୍ରୁପ୍ ଚେୟାରମ୍ୟାନ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା-ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ , ଯୁବ ସଭାପତି ଏସ ଲିଙ୍ଗରାଜ, ବରିଷ୍ଠ ନେତା ବସନ୍ତ ଦାସ , ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ସମସ୍ତ କାଉନ୍ସିଲର ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *