ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫ୍ରେଣ୍ଡସ କଲୋନି ତୃତୀୟ ଗଳି ର ଦିବ୍ୟ ଜୀବନ ସଙ୍ଘ ଅନୁକୂଲ୍ୟ ରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହେଉଅଛି . ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ 7.30 ରେ ପାରାୟଣ ହେଉଥିବା ବେଳେ ସନ୍ଧ୍ୟା 7 ଟା ସମୟରେ ପ୍ରବକ୍ତା ଶ୍ରୀଯୁକ୍ତ ବିପ୍ରଚରଣ ମିଶ୍ରଙ୍କ ଦ୍ଵାରା ପ୍ରବଚନ ପ୍ରଦାନ କରାଯାଇଛି । ଏହି ପ୍ରବଚନ ରେ ଦିବ୍ୟ ଜୀବନ ସଂଘର ସଦସ୍ୟ ମାନେ ଓ ଆଧ୍ୟାତ୍ମିକ ପ୍ରେମୀ ମାନେ ଉପସ୍ଥିତ ରହି ରାମ ଚରିତ ନବାହ୍ନ ପାରାୟଣ ଶ୍ରବଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ କୁ ଦିବ୍ୟ ଜୀବନ ସଂଘର ସଭାପତି ମୀନ କେତନ ମନ୍ଥ , ସମ୍ପାଦକ ପ୍ରସାଦ ନାୟକ, ମଧୁସୂଦନ ନାୟକ, କୌଳ।ସ ଜେନା , ରାମଚନ୍ଦ୍ର ଦାସ, ଜୟକୃଷ୍ଣ ପଟ୍ଟନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *