ସାମ୍ବାଦିକଙ୍କ ଗିରଫ ଘଟଣା କୁ ଉତ୍କଳ ସାମ୍ବାଦିକ ସଙ୍ଘର ତୀବ୍ର ନିନ୍ଦା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କର୍ତ୍ତୁପକ୍ଷଙ୍କ ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନୁଷିକ ବ୍ୟବହାର ତଥା ବର୍ବରୋଚିତ କାଣ୍ଡକୁ ତୀବ୍ର ନିନ୍ଦା କରିଛି ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ । ଗଣତନ୍ତ୍ରକୁ ହତ୍ୟା କରିଥିବା ସମ୍ପୃକ୍ତ ଅଧିକାରୀଣିଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ସଂଘ ଦୃଢ଼ ଦାବି କରିଛି । ପ୍ରକାଶ ଥାଉକି ନୀଳଗିରି ଥାନା ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାର ବୃଦ୍ଧି ପାଇବା ଘଟଣା ତଥା ବିଭିନ୍ନ ବେଆଇନ କାର୍ଯ୍ୟରେ ପୋଲିସର ସମ୍ପୃକ୍ତି ଥିବାର ଘଟଣାକୁ ସାମ୍ବାଦିକ ଶ୍ରୀ ଦଳେଇ ‘ସମ୍ବାଦ’ ଖବରକାଗଜ ରେ ପ୍ରକାଶ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଥାନା ଅଧିକାରୀଣି ଏବଂ ତାଙ୍କ ସହଯୋଗୀ ଏକ ମିଥ୍ୟା ଅଭିଯୋଗରେ ଶ୍ରୀ ଦଳେଇଙ୍କୁ ଧକା ମାରିବା ସହ ଗିରଫ କରି ଡାକ୍ତରଖାନାରେ ଚିକିତ୍ସିତ ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇବା କେତେଦୂର ସମୀଚିନ । ରାଜ୍ୟରେ ଏହା ଠାରୁ ଅନେକ ଜଘନ୍ୟ କାଣ୍ଡ ଘଟିଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ବେଡି ପକାଯାଇ ନଥିବା ବେଳେ ସାମ୍ବାଦିକଙ୍କ ପ୍ରତି ଏପ୍ରକାର ଅମାନୁଷିକ ବ୍ୟବହାର କାହିଁକି ଯାହା ଆଜି ସମାଜରେ ଆଲୋଚନାର ବିଷୟ ପାଲଟିଛି । ସରକାର ଯଥାଶୀଘ୍ର ଘଟଣାରେ ସଂପୃକ୍ତ ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କୁ ସେମାନଙ୍କ ପଦରୁ ବହିଷ୍କୃତ କରିବା ପାଇଁ ସଂଘ ଦୃଢ଼ ଦାବି କରିବା ସହ ଆଜି ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ନେତୃତ୍ୱରେ ସଙ୍ଘର ସମ୍ପାଦକ ସତ୍ୟ ପାଇକରାୟ, ଯୁଗ୍ମ ସମ୍ପାଦକ ପ୍ରଦୀପ ବେହେରା, କୋଷାଧ୍ୟକ୍ଷ ଶରତ ବାରିକ, ଉପଦେଷ୍ଟା ଶୁଭ୍ରରଞ୍ଜନ ଦାସ, ମୁଖ୍ୟ ଉପଦେଷ୍ଟା ଉମାଶାଙ୍କର ପ୍ରସାଦ, କାଳନ୍ଦୀ ବ୍ରହ୍ମା, ଯୋଗେଶ ରାଉତ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ସମେତ ବହୁ ସାମ୍ବାଦିକ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *