ଭୀମପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚୋରୀ : ଜଣଙ୍କୁ ଅଟକ ରଖିଛି ବାଣପୁର ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବର୍ତ୍ତମାନ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଜୋରସୋର ରେ ଜାରି ରହିଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ବୁତ୍ତ ମାନେ ଲୁହା କବାଟ ଲୁଟି ନେଇଛନ୍ତି । ସୂଚନା ଥାଉକି ୫-ଟି ଅନ୍ତର୍ଗତ ରୂପାନ୍ତର ଯୋଜନାରେ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି । ତେଣୁ ବର୍ତ୍ତମାନ ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଚାରି ଗୋଟି ପୁରୁଣା କବାଟକୁ ବଦଳାଇ ନୂଆ କବାଟ ଲାଗିଛି । ତେବେ ଉକ୍ତ ପୁରୁଣା କବାଟ ଗୁଡିକୁ ବିଦ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ଗତକାଲି ତାହା ଚୋରି ହୋଇଥିବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ବିଦ୍ୟାଳୟରେ ରାତ୍ର ଜଗୁଆଳି ନଥିବାରୁ ଏହାର ଫାଇଦା ନେଇ ଦୁର୍ବୁତ୍ତ ମାନେ ରାତିରେ କବାଟ ଲୁଟି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଦ୍ୟ ତଥ୍ୟ ଅନୁଯାୟୀ ଉକ୍ତ ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *