ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ବାଲ୍ୟ ବିବାହ କୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ବିଷୟରେ ସଚେତନତା ଉଦ୍ଦେଶ୍ୟରେ ପଥ ପ୍ରାନ୍ତ ନାଟକ ଆରମ୍ଭ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଗୁଡିକ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକର ଆରମ୍ଭ . ରାୟଗଡା ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଗୁଡିକୁ ସୁନିଶ୍ଚିତ କରାଇବା ନିମନ୍ତେ ଚାଲିଥିବା ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ପଥପ୍ରାନ୍ତ ନାଟକ ଦ୍ଵାରା ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରକାଶ ଥାଉ କି ରାୟଗଡ ଜିଲ୍ଲା ପ୍ରଶାସନ ଏବଂ ବିଭନ୍ନ ବିଭାଗର ମିଳିତ ସହଯୋଗ କ୍ରମେ ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ବ୍ୟବସ୍ଥା ଗୁଡିକୁ ସୁନିଶ୍ଚିତ କରାଇବା ନିମନ୍ତେ “ପ୍ରଚେଷ୍ଟା” ନାମରେ ଏକ ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଲା ସମସ୍ତ ସ୍କୁଲ ଯିବା ବୟସର ପିଲା ବିଦ୍ୟାଳୟକୁ ଯାଇ ପାଠ ପଢିବେ, ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା, ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଏବଂ ସର୍ବୋପରି ରାୟଗଡାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ।

ଏଥିପାଇଁ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇ ପ୍ରତି ୩ ମାସରେ ଥରେ ବିଭିନ୍ନ ବିଭାଗ ଦ୍ଵାରା କାର୍ଯ୍ୟ ଖସଡା ପ୍ରସ୍ତୁତ ହୁଏ . ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏହି କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ତଦାରଖ କରନ୍ତି । ଉକ୍ତ କାର୍ଯ୍ୟଖସଡାର ଅଂଶ ସ୍ୱରୂପ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗ କ୍ରମେ ଜିଲ୍ଲାରେ ଥିବା ବିଭିନ୍ନ ବ୍ଲକ ସାଂସ୍କୃତିକ ଓ କଳା ସଂଗଠନ ଗୁଡିକ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଆଜି ରାୟଗଡ ବ୍ଲକର ହାଲୁଆ, ତାଡମା ଓ ପିତାମହଲ ଗ୍ରାମରୁ ଓ ମୁକିଗୁଡା ବ୍ଲକର କୁମୁଡାବାଲି ଗ୍ରାମରୁ ଏହି ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କଳା ସଂଗଠନ ମାନେ ଜିଲ୍ଲାର ସମସ୍ତ ୧୧ଟି ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ ଏବଂ ଅଙ୍ଗନବାଡି କର୍ମୀ ଓ ଏଏନଏମ ମାନେ ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଆକ୍ସନ ଏଡ ର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ବାଲ୍ୟ ବିବାହର କୁ ପରିଣାମ ବିଷୟରେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *