ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 15 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳା ସହରରେ 2 ଜଣ, କାଶୀ ନଗର ବ୍ଳକରୁ 2 ଜଣ, ମୋହନା ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ 8 ଜଣ, ରାୟଗଡ଼ ବ୍ଳକରୁ 2 ଜଣ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନେ ହୋମ ଆଇସୋଲେସନରେ ରହିଛନ୍ତି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।