ବାଣ ଭିଡୁଥିବା ବେଳେ ପୁଲିସର ଚଢାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ !!

0
193

Loading

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ବେଆଇନ ବାଣ ପ୍ରସ୍ତୁତ ସମୟରେ ଯାଜପୁର ଟାଉନ ଥାନା ପୋଲିସର ଚଢ଼ାଉ । ଯାଜପୁର ଟାଉନ ଥାନା ଅଧିନସ୍ଥ ଜାଲପୁର ଗ୍ରାମରେ ପୁଲିସ ବିଳମ୍ବିତ ରାତିରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି । ବାଣୁଆ ମୋହନ ଜେନାଙ୍କ ଘରୁ ଲକ୍ଷାଧିକ ଟଙ୍କାର ୬ବସ୍ତା ବିଭିନ୍ନ ପ୍ରକାର ବାଣ ଜବତ ହୋଇଥିବା ବେଳେ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ଅଧିକ ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ । ଜବତ କରାଯାଇଥିବା ବାଣ ମଧ୍ୟରୁ ତାଳ ଫୋଟକା, ଝରଝରି, ବାରୁଦ, ଲଙ୍କା ବାଣ, ଫୁଲ ଝରୀ , ଟୁନି ବମ ସହ ଅନେକ ବାଣ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here