କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ କଳାପଥରରେ ପାଳିତ ହୋଇଯାଇଛି ଝାମୁଯାତ୍ରା . ସକାଳ ସମୟରେ ମା କାଳିକା ଠାକୁରାଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରାତ୍ର ସମୟରେ ମା ଗ୍ରାମ ଦେବତୀ ଓ ହିଙ୍ଗୁଳାଙ୍କ ଝାମୁଯାତ୍ରା ଆୟୋଜିତ ହୋଇଯାଇଛି । ଯାତ୍ରା ସମାପନ ପରେ ଠାକୁରାଣୀ ଗ୍ରାମ୍ୟ ପରିକ୍ରମା କରିବା ସହ ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସେହିପରି କଳାପଥର ନିକଟସ୍ଥ କଦମ୍ବପାଟଣା, ଲେମ୍ବେରୀ, ଖଜୁରୀପଦା ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି .