ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶାକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ମିଳିବାକୁ ଯାଉଛି। ଗୃହହୀନ ପରିବାରଙ୍କ ପକ୍କା ଘର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଆଶାଜନକ ପଦକ୍ଷେପ। ନୟାଗଡ଼ ଜିଲ୍ଲାର ୩୮,୮୮୪ଟି ପରିବାର ମଧ୍ୟ ନୂତନ ଆବାସ ଲକ୍ଷ୍ୟକୁ ଆଶାବାଦୀ ଦୃଷ୍ଟିରେ ଅପେକ୍ଷା କରିଛନ୍ତି। ବଲାଙ୍ଗୀର ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ବଣ୍ଟନ ସମ୍ପର୍କିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ସିଧାପ୍ରସାରଣ ଦେଖିବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା.
କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ (ଭା.ପ୍ର.ସେ.), ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ, ଅନ୍ୟାନ୍ୟ ଜନପ୍ରତିନିଧି, ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ୩୦୦ରୁ ଊର୍ଦ୍ଧ୍ୱ ସାଧାରଣ ଜନତା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା.
ଏହି ଅବସରରେ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ସିଧାପ୍ରସାରଣ ମାଧ୍ୟମରେ ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଓଡ଼ିଶାକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଗୃହ ନିର୍ମାଣ ଲକ୍ଷ୍ୟ ମିଳିଥିବା ବେଳେ ଏହାର ଜିଲ୍ଲାୱାରୀ ବଣ୍ଟନ ତାଲିକା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା.
ନୟାଗଡ଼ ଜିଲ୍ଲାରେ ପକ୍କାଘର ପାଇବା ଆଶାରେ ଥିବା ୩୮,୮୮୪ଟି ପରିବାରଙ୍କ ପାଇଁ ଏହି ନୂତନ ଲକ୍ଷ୍ୟ ଏକ ଆଶାର କିରଣ। ଗୃହ ଅପେକ୍ଷା ତାଲିକାରେ ଥିବା ପରିବାରମାନଙ୍କ ମଧ୍ୟରୁ ସରକାରୀ ନିୟମାବଳୀ ଓ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ପରିବାରଙ୍କୁ ନୂତନ ଆବାସ ଲକ୍ଷ୍ୟ ଅନୁଯାୟୀ ଗୃହ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା.
ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ନିର୍ଦ୍ଦେଶ ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ସଫ୍ଟୱେୟାର୍ ମାଧ୍ୟମରେ ପ୍ରାଥମିକତା ଭିତ୍ତିରେ ଗୃହ ଆବଣ୍ଟନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା.
ପକ୍କାଘର କେବଳ ଏକ ଆବାସ ନୁହେଁ, ଏହା ଗୋଟିଏ ପରିବାରର ସୁରକ୍ଷା, ସମ୍ମାନ ଓ ଉନ୍ନତ ଜୀବନଯାପନର ଆଧାର। ଓଡ଼ିଶାକୁ ମିଳିବାକୁ ଥିବା ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ନୟାଗଡ଼ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିଛି।
ନୟାଗଡ଼ରେ ପକ୍କାଘର ପାଇବା ଲକ୍ଷ୍ୟରେ ୩୮,୮୮୪ ପରିବାର !!!

