ତୁରଙ୍ଗ ପଞ୍ଚାୟତ ରେ ଅଗ୍ନିକାଣ୍ଡ : ଏକ ବଖରା ଘର ପାଉଁଶ !!!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତ ର ଜଣଙ୍କ ଘରେ ନିଆଁ ଲାଗି ଏକ ବଖରା ଘର ପାଉଁଶ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିବା ଜଣାଯାଇଛି । ସୂଚନା ମୁତାବକ, ୧୦ ନମ୍ବର ୱାର୍ଡର ଭଗବାନ ବେହେରାଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗି ଯାଇଥିଲା । ରୋଷେଇ ଘରେ ନିଆଁ ଜଳିବା ପରେ ସମସ୍ତଙ୍କ ନିଦ ଭାଙ୍ଗିଥିଲା । ସେତେବେଳକୁ ଘରେ ଥିବା ଚାଉଳ, ଧାନ, ଗହମ, ଲୁଗାପଟା ଜଳି ସାରିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଗୋଟେ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଭଗବାନ ବେହେରାଙ୍କ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ବିଷୟରେ ଜାଣିବା ପରେ ତୁରଙ୍ଗ ପଞ୍ଚାୟତର ନୂତନ ସରପଞ୍ଚ ସମରେନ୍ଦ୍ର ଦେହୁରୀ ଓ ଯୁବ ନେତା କାର୍ଗିଲ ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ କ୍ଷତିଗ୍ରସ୍ତ ପରିବାରକୁ ଭେଟି ଲୁଗାପଟା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *