ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କଳା ସଂସ୍କୃତିରେ ପରିପୂର୍ଣ୍ଣ ଅଞ୍ଚଳ । ଜିଲ୍ଲାର ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲାର ସମ୍ନାନ ବଢାଇଛନ୍ତି । ତେବେ ଏଠାରେ କଳାକାର ମାନଙ୍କ ସକାଶେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇ ପାରୁନାହିଁ । ଜିଲ୍ଲା ମୁଖ୍ୟାଳୟରେ ସଂସ୍କୃତି ଭବନ ନଥିବା ରୁ ସଂସ୍କୃତି ପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାର କଳା ଓ ସଂସ୍କୃତିର ବିଶେଷତ୍ଵକୁ ଜାତୀୟ ଓ ଅନ୍ତଃଜାତୀୟ ବିଶ୍ୱ ଦରବାରରେ ପରିଚିତ କରାଇ କଳା ଓ ସଂସ୍କୃତି କୁ ପରିପୁଷ୍ପିତ କରି ନିଜର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ କଳାକାର ମାନଙ୍କର ଇଚ୍ଛା ଶକ୍ତି ରହିଛି । ଜିଲ୍ଲାର ଗର୍ବ ଓ ଗୌରବ କୁ କଳାକାର ମାନେ ବାହାରେ ପ୍ରତିପାଦନ କରି ବହୁ କଳାକାର ଜିଲ୍ଲା ପାଇଁ ବେଶ ସୁନାମ ଅର୍ଜ୍ଜନ କରିଛନ୍ତି ।ଜିଲ୍ଲାର ପ୍ରଥମ ରଙ୍ଗମଞ୍ଚ ନାଟକ ଅନୁଷ୍ଠିତ ହୋଇଥିବା ସହର କଳାକାର ମାନଙ୍କ ପାଇଁ କଳାକାର ମାନେ ଉତ୍ସ।ହିତ ଥିବା ବେଳେ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ସଂସ୍କୃତି ଭବନଟିଏ ହୋଇପାରିଲା ନାହିଁ । ପ୍ରକାଶ ଥାଉକି ସହରରେ ସରକାରୀ ସ୍ତରରେ ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ପାରୁନଥିବାରୁ ସଂସ୍କୃତି ଭବନ ନିର୍ମାଣ ହୋଇ ପାରୁନାହିଁ ବୋଲି ଶୁଣିବାକୁ ମିଳୁଛି । 2010 ମସିହାରୁ ଆସିଥିବା ଆର୍ଥିକ ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଏକାଦଶ ଅର୍ଥ କମିଶନଙ୍କ ଅନୁଦାନ 20 ଲକ୍ଷ ଟଙ୍କା ଏହି ଜିଲ୍ଲାକୁ ସଂସ୍କୃତି ଭବନ ସକାଶେ ଆସିଥିଲେ ସୁଦ୍ଧା , 12 ବର୍ଷ ହେଲା ଏହି ଅର୍ଥ ରାଶି ସଂସ୍କୃତି ଭବନ ସକାଶେ ଖର୍ଚ୍ଚ ହୋଇ ପାରୁ ନ ଥିବାରୁ ଦୁଃଖ ଓ ପରିତାପର ବିଷୟ ଅଟେ । ସରକାରୀ ସ୍ତରରେ ଯଥାଶୀଘ୍ର ସ୍ଥାନ ନିରୂପଣ କରି ସଂସ୍କୃତି ଭବନ ନିର୍ମାଣ ହୋଇ ପାରିଲେ ଜିଲ୍ଲା ବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।
ଜିଲ୍ଲା ମୁଖ୍ୟାଳୟରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

