ସ୍ୱଚ୍ଛତା ପଖୱାଡ଼ା, ବୃକ୍ଷ ରୋପଣ ଅଭିଯାନ ଏବଂ ହାତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱଚ୍ଛତା ପଖୱାଡ଼ା, ବୃକ୍ଷ ରୋପଣ ଅଭିଯାନ ଏବଂ ହାତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର CDM & PHO ଡା.ପ୍ରଦୀପ କୁମାର ପାତ୍ର ଓ DMO ଡା.ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିକିତ୍ସାଳୟର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ସମ୍ପାଦିତ ହୋଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଜଳ, ପରିମଳ ଏବଂ ସ୍ୱଛତା ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ତଥା ପ୍ରଦୂଷଣର ବିପଦପୂର୍ଣ୍ଣ ପ୍ରଭାବ ଏବଂ ଏହାକୁ ହ୍ରାସ କରିବା ପାଇଁ ପଦକ୍ଷେପ, ବାୟୁ ଏବଂ ଜଳ ଦ୍ଵାରା ହେଉଥିବା ରୋଗ, ବ୍ୟାକ୍ଟେରିଆ ଜନ୍ମିତ ରୋଗ, ଋତୁସ୍ରାବ ସ୍ୱଚ୍ଛତା ଆଦି ବିଷୟବସ୍ତୁ ସମ୍ବନ୍ଧରେ ଶିକ୍ଷା ଦିଆଯିବା ସହିତ ବୃକ୍ଷ ରୋପଣ କରିବା, ମାସ୍କ ପରିଧାନ କରିବା, ହାତ ସ୍ୱଚ୍ଛ ରଖିବା, ପରିବେଶ ପରିଷ୍କାର ରଖିବା ଆଦି ସମ୍ବନ୍ଧରେ ମଧ୍ୟ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ଡାକ୍ତରଖାନା ପରିଚାଳକ ସିଲନ୍ କୁମାର ସାହୁ ପ୍ରମୁଖ ସଫଳ ରୂପେ ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *