କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚାରବାହାଲ ପେକ୍ସ ଅଧିନରେ ଥିବା ମୋଟେର ମଣ୍ଡି ରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡି କୁ ସଂପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯିବା ପାଇଁ ଦାବି କରିଛନ୍ତି ମେଟେର ମଣ୍ଡି ଅଧିନରେ ଥିବା ଚାଷି । ସେମାନଙ୍କ ଅଭିଯୋଗ ହେଲା ଯେ ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ ନ ହେଉଣୁ ମୋଟେର ମଣ୍ଡି ପ୍ରାଙ୍ଗଣରେ ଧାନ ଆଣି ଗଦାକରି ରଖିଥାନ୍ତି। ଯାହା ଫଳରେ ମଣ୍ଡି ଶେଷ ହେବା ପର୍ଯ୍ୟନ୍ତ ମଧ୍ୟ ଜାଗାଟିଏ ମିଳେନାହିଁ । ଏହି ସମସ୍ୟା ବିଷୟରେ ବାରମ୍ବାର ବଡଟେମରି ମଣ୍ଡିର ଧାନକ୍ରେତା ସ୍ୱୟଂ ସହାୟକ ଗୋଷ୍ଠୀ ର ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଯାହାକୁ ନେଇ ଆଜି ମୋଟର ମଣ୍ଡି ଅନ୍ତର୍ଗତ କୁସୁମଖୁଣ୍ଟି, ବାଟିଗୁଡା, ଜଲତାମୁଣ୍ଡା, ଖଟୁଲୁଗୁଡା ସମେତ ମୋଟେର ଗ୍ରାମ ର ଚାଷୀମାନେ ପ୍ରତିବାଦ କରିଛନ୍ତି । ଖବର ପାଇ କୋକସରା ତହସିଲଦାର ମନୋଜ ପାଢୀ ପହଞ୍ଚି ସ୍ଥାନୀୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଛନ୍ତି ଓ ୭ ଦିନ ଭିତରେ ଜାଗା ଚିହ୍ନଟ କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ଅନ୍ୟ ପକ୍ଷରେ ଆଗାମୀ ୭ ଦିନରେ ଏହି ସମସ୍ୟା ସମାଧାନ ନହୁଏ ତେବେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।