ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଅବସର ଗ୍ରହଣ କରି ଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଶାଣୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି କିଶୋର କୁମାର, ସିଆରସିସି ସି . ଏଚ . ଗୌରୀ, ସ୍କୁଲର ପ୍ରଧାନ ଶିକ୍ଷକ ଏମ୍ ରବି କୁମାର ପ୍ରମୁଖ ମଞ୍ଚାସିନ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ ଙ୍କ ଦ୍ବାରା ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷକ ସଦାନନ୍ଦ ପାତ୍ର । ଧନ୍ୟବାଦ ଅର୍ପଣ କରିଥିଲେ ଭି.ଭେଙ୍କେଟ ରାମାଣା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଶିକ୍ଷକ ଗଦାଧର ମଙ୍ଗରାଜ, ଶିକ୍ଷୟିତ୍ରୀ ରତ୍ନମାଳା ଜେନା, ଶିକ୍ଷୟିତ୍ରୀ ଆର. ଶୋଭରାଣୀ, ଶିକ୍ଷୟିତ୍ରୀ ଝରଣା ସିଂ । ଆୟୋଜିତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ରବିବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇ ଥିବାବେଳେ ସ୍କୁଲର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *