ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାକୁ ଦୀର୍ଘ ଦିନ ବିତିଥିବା ସମୟରେ ଏବେ ସୁଦ୍ଧା ଫେରାର ଅଛି ମୁଖ୍ୟ ଅଭିଯୁକ୍ତ . ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ତେର ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଅଛି .ତେବେ ବିଚାର ବିଭାଗୀୟ ହାଜତରେ ଥାଇ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା . କେଶ ର ତଦନ୍ତକାରୀ ଅଧିକାରୀଙ୍କର ରିପୋର୍ଟ ଅନୁଯାୟୀ ଆହୁରି ପାଞ୍ଚ ଜଣ ଅଭିଯୁକ୍ତ ଫେରାର ଅଛନ୍ତି . ହତ୍ୟାକାଣ୍ଡର ଶୀକାର ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ପୂର୍ବର ବୟାନରେ ଥିବା ପ୍ରଥମ ନାମ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ପ୍ରଧାନର ଟେର ପାଉନାହିଁ ପୁଲିସ . ସେହିପରି ବୟାନରେ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ତଦନ୍ତ ପରିସର ମଧ୍ୟ କରାଯାଇନାହିଁ . ଏପରି ସ୍ଥିତିରେ ଖଜୁରୀପଦା ଗ୍ରାମରେ ଶାନ୍ତି କମିଟି ଗଠନ କରି ହତ୍ୟା ଘଟଣା ପର ଠାରୁ ଫେରାର ଥିବା ଅଭିଯୁକ୍ତ ମାନଙ୍କ ସମ୍ପର୍କୀୟ ଲୋକଙ୍କୁ ଗ୍ରାମକୁ ଫେରାଇ ଆଣିବା ପ୍ରୟାସକୁ ନେଇ ଦେଖା ଦେଇଛି ଉତ୍ତେଜନା . ଗ୍ରାମର ପ୍ରାୟ ଏକ ହଜାରରୁ ଅଧିକ ମହିଳା ଏକତ୍ରିତ ହୋଇ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଜଣାଇଛନ୍ତି ଦାବୀ . ବାଙ୍କୀ ର ପ୍ରଶାସନିକ ଅଧିକାରୀ , ଜିଲ୍ଲା ପୁଲିସ ର ଉପରିସ୍ଥ ଅଧିକାରୀ ପୂର୍ବରୁ ବହୁ ସମୟ ଅବଧି ଦେଇଥିଲେବି ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ସମସ୍ତ ଅଭିଯୁକ୍ତ . ଦୀର୍ଘ ୯ ମାସ ଧରି ଗାଁ ବାହାରେ ଥିବା ଲୋକଙ୍କୁ ଗାଁ କୁ ଫେରାଇ ଆଣିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲେବି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି ଫେରାର ଅଭିଯୁକ୍ତ ମାନଙ୍କ ଗିରଫଦାରୀ .