ନାବାଳିକାକୁ ତାଙ୍କର ସମ୍ପର୍କୀୟ ଭିଣୋଇ ଙ୍କ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବେଲନ୍ଦା ଗ୍ରାମର ଜୈନିକ ନାବାଳିକାକୁ ତାଙ୍କର ସମ୍ପର୍କୀୟ ଭିଣୋଇ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ . ନାବାଳିକାଙ୍କ ପରିବାର ପକ୍ଷରୁ ୮ ତାରିଖ ଶୁକ୍ରବାର ଦିନ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ନାମରେ କେଶ ନଂ 86 / 22 ଦଫା – 363, 366, 376 /AB, 6 ପୋକସୋ ଆକ୍ଟରେ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ . ଅଭିଯୋଗକୁ ଭିତ୍ତି କରି କଳିଙ୍ଗନଗର ପୋଲିସ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି କୁ ଟାଟା ପ୍ଲାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସାଇଟରୁ ଶନିବାର ଦିନ ଅପରାହ୍ନ ସମୟରେ ଗିରଫ କରିଥିଲା . ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇ ଆଜି କଳିଙ୍ଗନଗର ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବାର କଳିଙ୍ଗନଗର ଥାନା ପକ୍ଷରୁ ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *