ଅନୁଗୁଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ଇଚ୍ଛାପୁର ଗାଁ ‘ ର ୫ ବାସନ୍ଦ ପରିବାର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗାଁ ‘ର ୫ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ବାସନ୍ଦ ହୋଇଥିବା ଲୋକମାନେ ହେଲେ ସୁଧୀର କୁମାର ପ୍ରଧାନ, ଜଗନ୍ନାଥ ମାଝୀ, ନିତ୍ୟାନନ୍ଦ ମହାଳିକ, ଶରତ ସାହୁ ଏବଂ ଗୌତମ ଧଳ । ଇଚ୍ଛାପୁର ଗାଁ ‘ର ସ୍ଥାୟୀ ବାସିନ୍ଦା ହୋଇଥିଲେ ମଧ୍ୟ ବିନା କାରଣରେ ସେମାନଙ୍କୁ ଗାଁ ‘ରୁ ବାସନ୍ଦ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଇଚ୍ଛାପୁର , ରାମପୁର, ଚନ୍ଦ୍ରପୁରକୁ ନେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ନିମନ୍ତେ ତ୍ରିଶକ୍ତି ବନ ସଂରକ୍ଷଣ ସମିତି ଗଠିତ ହୋଇଛି । ଏହି ବନ ସଂରକ୍ଷଣ ସମିତିରେ ପାଞ୍ଚ ପରିବାର ସାମିଲ ହୋଇ ଚଳୁଥିଲେ । କିନ୍ତୁ କିଛି ସମସ୍ୟାକୁ ନେଇ ଏହି ପାଞ୍ଚ ପରିବାରକୁ ୨୧.୦୭.୨୦୧୯ ଠାରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏହି ପାଞ୍ଚ ପରିବାରଙ୍କୁ ପାଣି, ଦୋକାନ, ହଲ୍, ପିଲାଙ୍କ ଟିଉସନ, ଚାଷ ଆଦିରେ ସାମିଲ ହେବାକୁ ଦିଆଯାଉ ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଆଜି ଯାଏଁ ସେମାନଙ୍କୁ ନ୍ୟାୟ ମିଳି ନଥିବାରୁ ବାଧ୍ୟ ହୋଇ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ସେମାନଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଏ ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

 

Leave a Reply

Your email address will not be published. Required fields are marked *