ନୟାଗଡରେ ପାଳିତ ହେଲା ବିଶ୍ୱ ଛେନାପୋଡ଼ ଦିବସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଛେନାପୋଡ଼ ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ ତାରିଖ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରି ସମ୍ବର୍ଦ୍ଧନା ଦେଇଛନ୍ତି ନୟାଗଡ଼ ବାସୀ । ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ନିକଟରେ ଆୟୋଜିତ ଏହି ସଭାରେ ତାନସେନ ସିଂ ଙ୍କ ପ୍ରସିଦ୍ଧ ଗୀତ – ଆସ କିଏ ଖାଇବ ବ ହୋ , ଆମ ରାଜା ବାବୁ ଘର ଖାନା ” ସଙ୍ଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ତାଙ୍କ ପିଲା ଦିନର ଛେନାପୋଡ଼ ସମ୍ପର୍କରେ କିଛି ସ୍ମୃତି ଆଲୋଚନା କରିଥିଲେ । ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛେନାପୋଡ଼ କୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ସଂଗ୍ରାମ ଜାରି ରହିଛି , ଆଗକୁ ମଧ୍ୟ ଜାରି ରହିଵ ବୋଲି ପ୍ରକାଶ କରିଥିଲେ । ହେଲ୍ପିଂ ହ୍ୟାଣ୍ଡ ବିଶ୍ୱଜିତ ସାହୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ , ନୟାଗଡ଼ ଗୈାରବ କୁ ଆହୁରି ଆଗକୁ ନେବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ସମାଜସେବୀ ଦାମୋଦର ସାହୁ କାର୍ଯ୍ୟକ୍ରମ ରେ ଯୋଗଦେଇ ଛେନାପୋଡ଼ ତିଆରି ରେ ସୁଦର୍ଶନ ସାହୁ ଙ୍କ ଅବଦାନ ଓ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ସାମ୍ବାଦିକ ଉତ୍ପଳ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ସମୟରେ ସୁଦର୍ଶନ ସାହୁ ଙ୍କ ସାନପୁଅ ସୁମନ କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ବାପାଙ୍କ ଜନ୍ମ ଦିବସ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ବାପାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିଛି ବୋଲି ପ୍ରକାଶ କରିଥିଲେ ।

 

Leave a Reply

Your email address will not be published. Required fields are marked *