ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଧଳାପଥର ଗ୍ରାମ ପଞ୍ଚାୟତ ଠଣାପଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀକା ଙ୍କ ପୀଠ ସ୍ଥଳୀରେ ଦଣ୍ଡ ମେଳନ ମହୋତ୍ସବ ଉଦଯାପିତ ହୋଇଯାଇଛି . ଦଣ୍ଡପର୍ବର ଅଂଶବିଶେଷ ଗ୍ରାମରେ ଠାକୁର ମାନେ ସୁସଜିତ ବିମାନରେ ପୀଠ ସ୍ଥଳିରେ ପହଞ୍ଚିବା ପରେ ଶାନ୍ତିହୋମ ର ଆୟୋଜନ କରାଯାଇଥିବା ବେଳେ , ବାବା ବାଲୁଙ୍କେଶ୍ୱର ମଦନ ମୋହନ ରଘୁନାଥ ଏବଂ ପ୍ରଭୁ ରାଧାମାଧବ ପୀଠସ୍ଥଳିରେ ପହଞ୍ଚିବା ପରେ ଆରମ୍ଭ ହେଇ ଥିଲା ଦଣ୍ଡନାଚ . ଏହାପରେ ପରେ ଆଖପାଖ ୮ ଟି ଗ୍ରାମର ଦଣ୍ଡଠାକୁର ଯଥା କଳାପଥର ଲେମ୍ବେଲୀ ମଧୁଆପଲୀ କାଦୁଆପଡ଼ା ଆରିକିମା କେନ୍ଦୁପଲୀ ଖଜୁରୀପଦା ଖାରଡ଼ପାଲୀ ଓ ଠଣାପଲୀ ଗ୍ରାମର ଦଣ୍ଡ ଠାକୁର ମାନେ ବାଜା ରୋଷଣୀରେ ଆସି ପୀଠସ୍ଥଳରେ ପହଞ୍ଚିଥିଲେ । ସକାଳେ ଠାକୁର ମାନଙ୍କ ପାଖରେ ବିଶ୍ୱଶାନ୍ତି ପାଇ ସ୍ଳୋଗାନ ହେଇଥିଲା . ଗାଁ ପରିଭ୍ରମଣ କରି ସୋମାନେ ବିଦାୟ ନେଇଥିଲେ , ଗ୍ରାମର ଦଣ୍ଡ ଭକତା ମାନେ ଏହାକୁ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଲକ୍ଷ୍ମଣ ପ୍ରଧାନ , ତ୍ରିନାଥ ମହାପାତ୍ର, ପୂଜକ ସଚ୍ଚିଦାନନ୍ଦ ପରମଗୁରୁ, ରାଜକିଶୋର ଦାଶ କାର୍ଯ୍ୟ ପରିଚାଳନା କରିଥିଲେ . ପାଟ ଭକତା ସବେଶ୍ଵର ମହାପାତ୍ର , ହରିହର ମହାପତ୍ର ଦଣ୍ଡ ଠାକୁର ପୂଜାର୍ଚ୍ଚନା କରିଥିଲେ ।