ବୋଲଗଡ଼ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲେମ୍ବୁ ର ଚାହିଦା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥାଏ । ଗରମ ଭାତ ହେଉ, ପଖାଳଭାତ ବା ସରବତ ସାଥିରେ ଲେମ୍ବୁ ନଥିଲେ ଖାଇବା ଯେମିତି ଫିକା ପଡି ଯାଇଥାଏ । ଲେମ୍ବୁ ଯାହା ପ୍ରତ୍ୟେକ ସ୍ଥାନରେ ଅତି ସହଜରେ ମିଳି ପାରିଥାଏ । କିନ୍ତୁ ଚଳିତ ବର୍ଷ ଲେମ୍ବୁର ଦର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ପରିବା ଦୋକାନକୁ ଗଲେ ଲେମ୍ବୁ କିଣିବାକୁ ଆସିଥିଲେ ମଧ୍ୟ ଗ୍ରାହକ ମନ ବଳାଉନାହିଁ । କାରଣ ଲେମ୍ବୁ ଗୋଟିଏ ପିଛା ଆଠ ଟଙ୍କାରୁ ବାର ଟଙ୍କାରେ ପହଞ୍ଚିଛି ।ଏହିଭଳି ପରିସ୍ଥିତିରେ ଗରିବ ଠାରୁ ଧନି ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡରେ ହାତ ଦେଲେଣି । ଏହା ଲୋକଙ୍କ ପକେଟ ଭାରି ପଡୁଛି । ଏଭଳି ପରିସ୍ଥିତି ରେ ଖାଉଟି ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି ।