ନିର୍ବାଚନ ମଣ୍ଡଳୀର ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ଏ ଅବସରରେ ତାଳଚେର ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରିବା, ତାଳଚେର ଥର୍ମାଲ ଟିଟିପିଏସ୍ /ଏନ୍‌ଟିପିସିର ନିର୍ମାଣ କାର୍ଯ୍ୟ ଆରମ୍ଭ, ନାଲକୋ ସେଲଟର ଓ ପାୱାର ପ୍ଲାଣ୍ଟ ସମ୍ପ୍ରସାରଣ, ଜିଲ୍ଲାରେ ଏକ ସରକାରୀ ବୈଷୟିକ ବିଶ୍ୱ ବିଦ୍ୟାଳୟ ସହ ଇଂଜିନିୟରିଂ କଲେଜ ସ୍ଥାପନ, ୫ଟି ନୂଆ ଡିଏଭି ସ୍କୁଲ ସ୍ଥାପନ, ଏଫ୍‌ସିଅଇ ର କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକ ଆଲୋଚନା କରିଥିଲେ । ଏଥିସହ ବିଧାୟକ ଏମ୍‌ସିଏଲ୍ ଜମିହରା ଗ୍ରାମ ଗୁଡିକରେ ବାସଗୃହ ହସ୍ତାନ୍ତର ସହ ସମସ୍ତ ସାବାଳକ ମାନଙ୍କୁ ନିଯୁକ୍ତି ଓ ଜମି ଓ ଗୃହ ଗୁଡିକର କ୍ଷତିପୂରଣ ରାଶି ପ୍ରଦାନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନିମନ୍ତେ ବୈଠକ ଡକାଇବା, ତାଳଚେରର ଭବିଷ୍ୟତ ପିଢିଙ୍କର ଜୀବନ ଜୀବିକା ଓ ରୋଜଗାର ନିମନ୍ତେ ପ୍ରତି ବର୍ଷ ୨ ହଜାର କୋଟି ଲେଖାଏ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଏମ୍‌ସିଏଲ୍ ଜମା ଦେବା, କୋଇଲା ବୋଝେଇ ଟ୍ରେନ ଗୁଡ଼ିକରେ ପାଲ ଭିଡା ବ୍ୟବସ୍ଥା କାର୍ଯ୍ୟକାରୀ କରାଇ ପ୍ରଦୂଷଣ କମ କରିବା ସହିତ ରୋଜଗାର ସୃଷ୍ଟି କରିବା ଏବଂ ପୂର୍ବରୁ ନିଷ୍ପତ୍ତି ହୋଇଥିବା ୧୭ ଜଣ ଏସ୍‌ଏପି ଏନ୍‌ଟିପିସି‌ ଜମିହରା ଙ୍କୁ ତୁରନ୍ତ ଏନ୍‌ଟିପିସି ତାଳଚେର ଠାରେ ନିଯୁକ୍ତି ପ୍ରଦାନ କରିବା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହ ଆଲୋଚନା ପରେ ଏ ସବୁ ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

 

Leave a Reply

Your email address will not be published. Required fields are marked *