କାଠ ମାଫିଆ ଜଙ୍ଗଲ କର୍ମଚାରୀ ସଲାସୁତୁରା : ଚାଲିଛି ଅବାଧ ଗଛ କଟା !!!

0
236

Loading

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଡିଏଫଓ ତାଳଚେର ରେଞ୍ଜ ଅନ୍ତର୍ଗତ କଣିହାଁ ତହସିଲ ଏରିଆରେ ଚାଲିଛି ଅବାଧ ଗଛ କଟା . କାଠ ମାଫିଆ ଏବଂ ଜଙ୍ଗଲ କର୍ମଚାରୀ ସଲାସୁତୁରା ହୋଇ ବିନା କାରଣରେ ବହୁ ମୂଲ୍ୟବାନ ଗଛ କଟୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି . କଣିହାଁ ବ୍ଲକ ସମଲ ପଞ୍ଚାୟତ ଅନ୍ତର୍ଗତ ବିକିସର ଗ୍ରାମରେ ବିନା ଅନୁମତିରେ ଜଙ୍ଗଲ ମାଫିଆ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର କର୍ମଚାରୀଙ୍କ ମିଳିତ ଯୋଗସୂତ୍ରରେ ଚାଲିଛି ଗଛ କଟା । ଘଟଣାକୁ ନେଇ ଗ୍ରାମବାସୀମାନେ କ୍ଷୁବ୍ଧ । ତେବେ ଏଠି ପ୍ରଶ୍ନ ଉଠେ ଯେ ସାରା ପରିବେଶ ସୁରକ୍ଷାକୁ ନେଇ ଯୋଜନା ଏବଂ ପଦକ୍ଷେପ ଗ୍ରହଣ ହେଉଥିବା ବେଳେ କଣିହାଁ ଅଞ୍ଚଳରେ କାହା ଇସାରାରେ ଗଛ କଟା ହେଉଛି . ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ସମୟରେ ସୁସ୍ଥ ବାୟୂ ପାଇବାକୁ ଗଛର ଆବଶ୍ୟକତାକୁ ସମସ୍ତେ ଅନୁଭବ କରୁଛନ୍ତି . ଏପରି ପରିସ୍ଥିତିରେ କିପରି ଗଛକଟା ଚାଲିଛି ତାହା ସନ୍ଦେହ ଜନକ ।

LEAVE A REPLY

Please enter your comment!
Please enter your name here