ଗୋ-ସୁରକ୍ଷା ବାହିନୀ ତରଫରୁ ପ୍ରାଣୀ ମାନଙ୍କ ପାଇଁ ଜଳକୁଣ୍ଡ ଉଦଘାଟନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରର ଗାନ୍ଧୀ ଭବନ ଠାରେ ଗୋ-ସୁରକ୍ଷା ବାହିନୀ ତରଫରୁ ପ୍ରାଣୀ ମାନଙ୍କ ପାଇଁ ଜଳକୁଣ୍ଡ ଉଦଘାଟନ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଧର୍ମ ରକ୍ଷକ , ଗୋପ୍ରେମୀ ଓ ଗୋ ସେବକ ମାନେ ଯୋଗଦେଇ, ଗୋ ବଂଶଜଙ୍କ ସୁରକ୍ଷା ଓ ପ୍ରଶାସନିକ ସହଯୋଗ ପାଇଁ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋ ସୁରକ୍ଷା ବାହିନୀ ଓଡ଼ିଶାର ସଭାପତି ଗୋ ସେବକ ତଥା ଆଇନଜୀବୀ ସୁରେଶ ପଣ୍ଡା ଆୟୋଜନ କରି ଗୋ ବଂଶଜଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦିନରେ କଟକ ସହରର ବିଭିନ୍ନ ସ୍ଥାନରେ ଗୋ ବଂଶଜ ତଥା ପ୍ରାଣୀ ମାନଙ୍କ ପାଇଁ ପାନୀୟ ଜଳକୁଣ୍ଡ ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ଗୋ ପ୍ରେମୀ ସୁରେଶ ପଣ୍ଡା ।

Leave a Reply

Your email address will not be published. Required fields are marked *