କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁ ର ସାଲୁଙ୍କି ନଦୀ ରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ । ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା ନେଇଥିବା ବେଳେ ଉଭୟ ଙ୍କୁ ଟିକାବାଲି ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତ୍ୟୁ ବରଣ କରିଥିବା ଭାଇ ଭଉଣୀ ଛତିଘର ଗ୍ରାମର ଯୁଧିଷ୍ଠିର ଦେହୁରୀ ଙ୍କ ପୁଅ ସତ୍ୟଜିତ ଦେହୁରୀ (୫) ହୋଇଥିବା ବେଳେ ଝିଅ ଯାଜ୍ଞସେନି ଦେହୁରୀ (୪) ବୋଲି ଜଣାପଡ଼ିଛି ।
ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ – ଭଉଣୀ ମୃତ !!!

