କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆଜି କଟକରେ ଚାଲିଛି ମା ଦୁର୍ଗାଙ୍କ ଭଷାଣୀ ପର୍ବ । ସମ୍ପୁର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ମା ଙ୍କ ଭଷାଣୀ ଜାରି ରହିଛି । ସହରର ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସମେତ ହରପାର୍ବତୀଙ୍କ ମୂର୍ତ୍ତିକୁ ଦେବୀଗଡା ଠାରେ ବିସର୍ଜିତ କରାଯାଇଛି । ମଣ୍ଡପରୁ ମା ଦୁର୍ଗା ବାହାରି ମୁଖ୍ୟ ରାସ୍ତା ଦେଇ ପୋଲିସ କର୍ଡନ୍ ମଧ୍ୟରେ ବିସର୍ଜିତ ସ୍ଥଳକୁ ଅଣା ଯାଇଥିଲା । ସୀମିତ ସଂଖ୍ୟାରେ କର୍ମକର୍ତ୍ତା ମାନେ ମେଢ ସହ ଆସି ପହଞ୍ଚି ଥିଲେ ବିସର୍ଜନ ସ୍ଥାନ ଦେବୀଗଡାରେ । ବିସର୍ଜନ ପାଇଁ ଦେବୀଗଡାରେ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯାଇଥିଲା । ଦେବୀଗଡା ସମେତ ଅନ୍ୟ ୫ଟି ସ୍ଥାନକୁ ମିଶାଇ ଉଭୟ କାଠଯୋଡ଼ି ଏବଂ ମହାନଦୀର ବାଲିଶଯ୍ୟାରେ କୃତ୍ରିମ ପୋଖରୀ କରାଯାଇ ମୂର୍ତ୍ତି ଗୁଡିକ ବିସର୍ଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ବର୍ଷକୁ ଯେପରି କରୋନା ମହାମାରୀ ହଟିଯାଉ ଏବଂ ପୁଣିଥରେ ପୁର୍ବ ଅବସ୍ଥା ଫେରିପାଉ ବୋଲି କହିଛନ୍ତି ପୂଜା କମିଟିର ସଦସ୍ୟ ମାନେ ।
କଟକରେ ଚାଲିଛି ମା ଦୁର୍ଗାଙ୍କ ନିରାଡ଼ମ୍ବର ଭଷାଣୀ ପର୍ବ !!!

