ରଥଯାତ୍ରା ପାଳନ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଦେବସ୍ନାନ ମଣ୍ଡପ ଠାରେ ଗଜପତି ଜିଲ୍ଲା ର କଳାକାର ମାନଙ୍କ ଦ୍ବାରା ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ମୁନିଦ୍ର ହୋନନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ , ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ଗୁରୁ ରଘୁନାଥ ପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ।
ପଞ୍ଚମ ତଥା ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ପାରଳାଖେମୁଣ୍ଡିର ୪ ଗୋଟି ସାଂସ୍କୃତିକ ଅନୁଷ୍ଠାନ ଚାରୁ ନର୍ତ୍ତନ , ଉତ୍କଳ ବାଳାଶ୍ରମ , ଗ୍ରେସ୍ ଡାନ୍ସ ଗ୍ରୁପ , ବନ୍ଦେ ମାତରଂ ଡେନ୍ସ ଦଳର କଳାକାରମାନଙ୍କ ଦ୍ଵାରା ଶସ୍ତ୍ରୀୟ ନୃତ୍ୟ ଓଡ଼ିଶୀ , ସମ୍ବଲପୁରୀ ଭଜନ ଓ ଭଜନ ପରିବେଷଣ କରିଥିଲେ । ଶୁଭାଶିଷ ପତି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟାଳୟର କନିଷ୍ଠ ସହାୟକ ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *