ଗୁରୁପୂର୍ଣ୍ଣିମା ରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଷାଢ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ ବା ଲକ୍ଷ୍ମୀ ନାରାୟଣ ବେଶ ! ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଜରାଜେଶ୍ୱ ବେଶ ରାଜାଧିରାଜ ବେଶ ବା ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା ସରିଛି , ଆଜି ପ୍ରଭୁ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଲକ୍ଷ୍ମୀ ନାରାୟଣ ବେଶ ଧାରଣ କରିଛନ୍ତି । ସକାଳୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ତୁଳସୀ ଧରି ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ପାରଳାଖେମୁଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଓ ଏହି ଲକ୍ଷ୍ମୀ ନାରାୟଣ ବେଶ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଠାକୁରଙ୍କ ଏହି ଅଲୌକିକ ବେଶ ଦର୍ଶନ କଲେ ପରିବାରରେ ଶାନ୍ତି, ପୂର୍ଣ୍ଣତା ଆସିଥାଏ ବୋଲି ବିଶ୍ଵାସ ରହିଛି ।

Leave a Reply

Your email address will not be published. Required fields are marked *