ମହୁ ନାଡ଼ ଯୋଗାଇଛି ଜୀବନ ଜୀବିକା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଏହି ମହୁନାଡ଼ ବନ୍ଧ ,ପୋଖରୀ, ସାଗର ରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରି ବଟା ସକାଶେ ଆଣିଥାନ୍ତି । ବିଡା 10 ଟଙ୍କା 20 ଟଙ୍କାରେ ଏହି ମହୁନାଡ଼ କୁ ବିକ୍ରି କରିଥାନ୍ତି।ପରିଶ୍ରମ ଅନୁସାରେ ସେତିକି ପାରିଶ୍ରମିକ ସେମାନଙ୍କୁ ମିଳି ନ ଥାଏ । ତଥାପି ନିଜର ଜୀବନ ଜୀବିକା ବଞ୍ଚିବା ସକାଶେ ଏହି ମହୁନାଡ଼ କୁ ବିକ୍ରି କରିଥାନ୍ତି । ସକାଳୁ ସକାଳୁ ବିଭିନ୍ନ ବନ୍ଧ ପୋଖରୀ କୁ ଯାଇ ମହିଳା ମାନେ ଏହି ମହୁନାଡ଼ ସଂଗ୍ରହ କରି ତାକୁ ସଫା କରି ବିଡା ବାନ୍ଧି ବଜାର କୁ ବିକ୍ରି କରିବା ପାଇଁ ଆଣିଥାନ୍ତି । ଗ୍ରାହକ ଏହି ମହୁନାଡ଼ କ୍ରୟ କରି ନେଇଥାନ୍ତି ।

Leave a Reply

Your email address will not be published. Required fields are marked *