ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ତା. ୨୮.୦୭.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ ଦେଉଳା ସ୍ଥିତ ସରକାରୀ ୟୁ.ଜି. ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଆଇନ ଏବଂ ଶିକ୍ଷାର ଅଧିକାର (Right to Compulsory Education) ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଚିବ ଶ୍ରୀ ବିମଳ ରାଉଳ ଛାତ୍ରଛାତ୍ରୀମାନଙ୍କୁ କିଶୋର ନ୍ୟାୟ ଆଇନର ବିଭିନ୍ନ ବ୍ୟବସ୍ଥା, ଶିଶୁଙ୍କ ଅଧିକାର, ସୁରକ୍ଷା, ନିଶୁଳ୍କ ବିଧି ସହାୟତା ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଇଥିଲେ । ମନୋବିଜ୍ଞାନୀ ଶ୍ରୀ ପ୍ରାଣ ରଞ୍ଜନ ନାୟକ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ସକାରାତ୍ମକ ଚିନ୍ତାଧାରା ଓ ସୁସ୍ଥ ବ୍ୟକ୍ତିତ୍ୱ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପ୍ରତିନିଧି ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା ଓ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜିଖୋରିଆ ସବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ଉକ୍ତ ଆଇନଗୁଡ଼ିକ ସମ୍ପର୍କରେ ସଚେତନ ହୋଇଥିଲେ ।
ଗଜପତି ଜିଲ୍ଲାରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷାର ଅଧିକାର ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ !!!

