ମହାନଦୀର ଦ୍ୱିତୀୟ ବନ୍ୟାଜଳ : ତାଳବସ୍ତ ବାହ୍ୟ ଜଗତରୁ ବିଛିନ୍ନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ବାହ୍ୟ ଜଗତରୁ ବିଛିନ୍ନ , ମହାନଦୀର ଦ୍ୱିତୀୟ ବନ୍ୟାଜଳ ! 5 ଟି ଗାଁର ଜନ ସାଧାରଣ ପାଣି ଘେର ବନ୍ଦୀ ! ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ବିଲିପଡ଼ା ଗ୍ରାମ୍ୟ ରାସ୍ତାର ଦୁଇ କିଲୋମିଟର ରାସ୍ତା ତଥା ରଣା ଶଙ୍ଖ ବ୍ରିଜ ଉପରେ 4 ଫୁଟର ପାଣି ପ୍ରବାହିତ ହେଉଅଛି | ତାଳବସ୍ତ ଗ୍ରାମରୁ ବାଙ୍କୀ ବଜାର 10 କିଲୋମିଟର ରାସ୍ତା ବାହ୍ୟ ଜାଗତରୁ ସମ୍ପୂର୍ଣ ବିଛିନ୍ନ ରହିଅଛି | ହୀରାକୁଦରେ 16 ଟି ଗେଟ ଖୋଲା ହୋଇଛି , ଅର୍ଥ ପାଖାପାଖି ମାସେ ପର୍ଯ୍ୟନ୍ତ ଉକ୍ତ ଗ୍ରାମ୍ୟ ତଳି ରାସ୍ତା ବନ୍ଦ ରହିବ | ଲୋକ ଏବଂ ଛାତ୍ରଛାତ୍ରୀ ମାନେ ଡମପଡା ଜାତମୁଣ୍ଡିଆ ରାସ୍ତା ହୋଇ ଆଉ ଅଧିକ 15 କିଲୋମିଟର ବୁଲାଣିରେ ଯିବା ଆସିବା କରିବେ | ବିଲିପଡ଼ା, ଶିମିଳିପୁର ଅରପୁର, ତାଳବସ୍ତ, ଦୁଲଣାପୁର, ଗୋପାଳପୁର ଲୋକଙ୍କର ଧାନ ତଳି ଏବଂ ପନି ପରିବା ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି | ଡମପଡା ବ୍ଲକ ବିଡ଼ିଓ, ବାଙ୍କୀ ବିଧାୟକ ଏବଂ ଉଭୟ ତାଳବସ୍ତ ଏବଂ ବିଲିପଡ଼ାର ସରପଞ୍ଚ ପାଣି ଘେରରେ ଥିବା ଲୋକମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛନ୍ତି | ତାଳବସ୍ତ୍ରର ନୂତନ ରାଜସ୍ବ ଅଧିକାରୀ , କାର୍ଯ୍ୟାଳୟ ସାଥି ସତ୍ୟ କୁମାର ସାହୁ ଙ୍କ ସହିତ ଯାଇ କ୍ଷତି ହୋଇଥିବା ବିଲ ଗୁଡିକ ତଦାରଖ କରିଛନ୍ତି | ବନ୍ୟା ଛାଡିଲା ପରେ ଯାହା କିଛି କ୍ଷତି ଆକଳନ କରାଯାଇ ସରକାର ଚାଷୀଙ୍କୁ କ୍ଷତି ପୂରଣ ଦେବେ ବୋଲି ଡମପଡା ବ୍ଲକ ତହସିଲଦାର କହିଛନ୍ତି | ରାସ୍ତା ଉପରେ ୪ ଫୁଟ ପାଣି , ଲଗାଣ ବର୍ଷା ଓ ହୀରାକୁଦ ଗେଟ୍ ଦେଇ ବନ୍ୟା ଜଳ ଆସିବା ପରେ ବାଙ୍କୀର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ଉଭୟ ଲୋକ ଏବଂ ଗୃହପାଳିତ ପଶୁ ରଣ ନଦୀର ବନ୍ୟା ପାଣିରେ ଭୟଭୀତ ଅବସ୍ଥାରେ ରହିଛନ୍ତି ! ତେଣୁ ଯଥାଶୀଘ୍ର ସରକାରୀ ରିଲିଫ ସହିତ ଡାକ୍ତରୀ ସୁବିଧା ଉପଲବ୍ଧ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *